ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍, ଲୁଟେରା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ପୋଲିସ ହାତରେ ଧରା ପଡିଛନ୍ତି ବ୍ୟାଙ୍କ୍ ଲୁଟେରା। ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣାରେ ଲୁଟେରା ଟୁନା ଜେନାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍। ଗତ ୨୮ ତାରିଖରେ ମଞ୍ଚେଶ୍ୱର ବରିମୁଣ୍ଡ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲୁଟ୍ ହୋଇଥିଲା।
ଏଥିସହ କଳାରାହାଙ୍ଗ ଅଞ୍ଚଳରୁ ମଧ୍ୟ ବ୍ୟାଙ୍କ ଲୁଟ୍ ହୋଇଥିଲା। ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା। ଉଭୟ ଲୁଟ୍ ଘଟଣାରେ ଖେଳଣା ବନ୍ଧୁକ ବ୍ୟବହାର ହୋଇଥିବା ଜଣାପଡିଛି।