Odisha Link
Bridging the Missing Links in Odisha

ଭୁବନେଶ୍ବରରେ ପ୍ରସ୍ତୁତ ହେବ ୨ ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କମିଶନରଙ୍କ କହିବାନୁସାରେ, କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗରକୁ ଚାପ ପଡୁଛି। ସେ ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ କରାଯାଉଛି।
ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି ନୂଆ ଶ୍ମଶାନ କରାଯାଉଛି। ପଟିଆରେ ଗ୍ୟାସ୍ ଜରିଆରେ ଶବ ସଂସ୍କାର ବ୍ୟବସ୍ଥା କରାଯାଉଛି। ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି। ଶ୍ମଶାନ କାର୍ଯ୍ୟ ସାରିବାକୁ ଦେଢ଼ମାସ ଲାଗିବ, କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଶ୍ମଶାନ ପାଇଁ ସମସ୍ୟା ଭୋଗୁଥିବା ସତ୍ୟନଗରବାସୀ କହିଥିଲେ। ଏନେଇ ଆଜି ଅଞ୍ଚଳବାସୀ ମାନବାଧିକାର କମିଶନଙ୍କୁ ଜଣାଇଥିଲେ।

Comments are closed.