ବିବାହ କରିବେ ଆଦିତ୍ୟ

ମୁମ୍ବାଇ: ବଲିଉଡ ଗୀତିକାର ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।ସେ ତାଙ୍କ ପ୍ରମିକା ଶ୍ୱେତା ଅଗ୍ରୱାଲ୍ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଦୁହେଁ ୨୦୧୦ରେ ରିଲିଜ୍ ହୋଇଥିବା ସିନେମା ‘ଶାପିତ୍’ରେ ଲଜର ଆସିଥିଲେ ।
ଆଦିତ୍ୟଙ୍କ କହିବା ଅନୁଯାୟୀ, ୨୦୧୦ରେ ‘ଶାପିତ୍’ସିନେମା ସେଟ୍ରେ ଶ୍ୱେତାଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଟ୍ରେ ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ। ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ।
ଆଦିତ୍ୟ କହିଛନ୍ତି, ‘ଆରମ୍ଭରେ ଶ୍ୱେତା ଏବଂ ସେ କେବଳ ଭଲ ବନ୍ଧୁ ହେବାକୁ ଚାହୁଁଥିଲେ। କାରଣ ଦୁହେଁ ସେ ସମୟରେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲୁ।
ସେତେବେଳେ ଭଭୟଙ୍କର ବୟସ ମଧ୍ୟ କମ୍ ଥିଲା। ତେଣୁ ଦୁହେଁ ରିଲେସନ୍ସିପ୍ରେ ଆସିବାକୁ ଚାହୁଁନଥିଲୁ। କିନ୍ତୁ ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମର ରୂପ ନେଲା।
ଆଦିତ୍ୟ କହିଛନ୍ତି, ନଭେମ୍ବର କିମ୍ବା ଡିସେମ୍ବରରେ ଆମେ ବିବାହ କରିବୁ। ମୋର ପିତାମାତା ଶ୍ୱେତାଙ୍କୁ ବହୁତ ଭଲ ପାଆନ୍ତି।