Odisha Link
Bridging the Missing Links in Odisha

ସିନେମାରେ ପ୍ରଥମଥର ପାଇଁ ନଜର ଆସିବେ ଦୁଇ କପୁର

ମୁମ୍ବାଇ : କରୋନା ପାଇଁ ଅନେକ ସିନେମାର ସୁଟିଙ୍ଗ ବନ୍ଦ କରାଯାଇଥିଲା । ସେଥିପାଇଁ ଦର୍ଶକ ନିଜ ପସନ୍ଦର କଳାକାରଙ୍କୁ ବହୁତ ଦିନ ହେବ ଏକାଠି ସିନେ ପୁରଦାରେ ଦେଖିପାରି ନଥିଲେ ।

ତେବେ ପ୍ରଥମ ଥର ପାଇଁ ଦୁଇ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ସେମାନ ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ରଣବୀର କପୁର।ପ୍ରଥମ ଥର ପାଇଁ ଦୁହେଁ ଏକାଠି ସ୍କ୍ରିନ ସେୟାର କରିବେ ।

ତେବେ ସିନେମାଟିର ଟାଇଟଲ ସ୍ଥିର କରାଯାଇ ନାହିଁ । ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଲବ୍ ରଞ୍ଜନ । ସେ ପୂର୍ବରୁ ‘ପ୍ୟାର୍ କା ପଞ୍ଚନାମା’ ଏବଂ ‘ସୋନୁ କି ଟିଟୁ କି ସ୍ୱିଟୀ’ ଭଳି ସୁପରହିଟ୍ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି।

https://www.instagram.com/p/CGK3XtMFJTw/?utm_source=ig_embed

ଏହି ସିନେମାଟି ରୋମାନ୍ସ ଏବଂ କମେଡିର ତଡ଼କା ଭରପୂର ମାତ୍ରାରେ ରହିବ।ଖୁବ ଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇଯିବ ବୋଲି ଖବର ମିଳିଛି।

ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧା ଶେଷ ଥର ପାଇଁ ‘ବାଗି-୩’ରେ ନଜର ଆସିଥିଲେ। କିନ୍ତୁ କରୋନା ମହାମାରୀ କାରଣରୁ ଏହା ବକ୍ସ ଅଫିସ୍ ରେ ଫ୍ଲପ୍ ହୋଇଯାଇଥିଲା। ‘ଛିଛୋରେ’ ତାଙ୍କ ଅଭିନୀତ ଶେଷ ସୁପରହିଟ୍ ସିନେମା ଥିଲା ।

ସେହିପରି ରଣବୀରଙ୍କ ଅପକମିଂ ସିନେମା ‘ଶମଶେରା’ ଆସିବାକୁ ରହିଛି। ଯେଉଁଥିରେ ବାଣୀ କପୁର ଏବଂ ସଂଜୟ ଦତ୍ତ ନଜର ଆସିବେ।

Comments are closed.