Odisha Link
Bridging the Missing Links in Odisha

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର : ବିଶିଷ୍ଟ ରାଜନୈତିଜ୍ଞ ତଥା ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଓ ସାଂସଦ ଶରତ କରଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ କର ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ଜନନେତା ଭାବେ ବେଶ ଜଣାଶୁଣା ଥିଲେ । ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ ।

ସେ ଥରେ ସାସଂଦ ଏବଂ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନୀତି ବ୍ୟତୀତ ସାହିତ୍ୟିକ ଓ ସ୍ତମ୍ବକାର ଭାବେ ସେ ଅନେକ ପୁସ୍ତକ ରଚନା କରିଛନ୍ତି ।

ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ କରଙ୍କ ବିୟୋଗରେ ମହାନ୍ତି ଏବଂ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Comments are closed.