Odisha Link
Bridging the Missing Links in Odisha

ଗୁଗୁଲରେ ରସିଦ ଖାନଙ୍କ ପତ୍ନୀ ନାଁ ଖୋଜିଲେ ଆସୁଛି ଅନୁଷ୍କା

ମୁମ୍ବାଇ :ଆମେ ଅନେକ ସମୟରେ କୌଣସି ଜିନିଷ ବିଷୟରେ ଜାଣିବାକୁ ଚାହିଁଲେ ସାଧାରଣତଃ ଗୁଗୁଲ ର ସହାୟତା ନେଇ ଥାଉ ।

ଗୁଗୁଲ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ । କିନ୍ତୁ ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଗୁଗୁଲରେ ଆଫ୍‌ଗାନିସ୍ଥାନ କ୍ରିକେଟର ରାଶିଦ ଖାନଙ୍କ ପତ୍ନୀ ସର୍ଚ୍ଚ କଲେ ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି ।

ଏହା ଆପଣଙ୍କୁ ଅଦ୍ଭୁତ ଲାଗିପାରେ । ତେବେ ଆପଣମାନେ ସମସ୍ତେ ପ୍ରାୟ ଜାଣିଛନ୍ତି କି ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ।

୧୧ ଡିସେମ୍ବର ୨୦୧୭ରେ ବିରୁଷ୍କା ଇଟଲୀରେ ବିବାହ କରିଥିଲେ । ଏହି ବିବାହକୁ ବହୁତ ସିକ୍ରେଟ ରଖାଯାଇଥିଲା । ବର୍ତ୍ତମାନ ଏହି ଦମ୍ପତ୍ତି ପିତା-ମାତା ମଧ୍ୟ ହେବାକୁ ଯାଉଛନ୍ତି ।

ସ୍କ୍ରିନସଟରେ ଆପଣ ଏହା ସ୍ପଷ୍ଟ ଦେଖିପାରିବେ । ଗୁଗଲ ସର୍ଚ୍ଚରେ ରାଶିଦ ଖାନଙ୍କ ପତ୍ନୀଙ୍କ ନାଁ ରେ ଅନୁଷ୍କାଙ୍କ ନାଁ ଆସୁଛି ।

ତେବେ ବାସ୍ତବରେ ଏହା ରାଶିଦ ଖାନଙ୍କ ଇଣ୍ଟରଭ୍ୟୁ ପରେ ଆରମ୍ଭ ହୋଇଛି । ରାଶିଦଙ୍କ ୱାଇଫଙ୍କ ନାଁ ବ୍ୟତୀତ ଅନୁଷ୍କାଙ୍କ ଫଟୋ ମଧ୍ୟ ଆସୁଛି । ଆପଣଙ୍କୁ କହିରଖୁଛୁ କି ଇଣ୍ଟରଭ୍ୟୁ ସମୟରେ ରାଶିଦ ଖାନ କହିଥିଲେ ଯେ ସେ ବିବାହ କରିନାହାଁନ୍ତି ।

Comments are closed.