Odisha Link
Bridging the Missing Links in Odisha

ପ୍ରାର୍ଥୀ ହେବା ନେଇ ମୁଁ ଆଦୌ ଜାଣିନଥିଲି: ସ୍ୱରୂପ ଦାସ

ଭୁବନେଶ୍ୱର: ବାଲେଶ୍ୱର ସସପେନ୍ସରେ ସରପ୍ରାଇଜ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି। ଏହି ଆସନ ପାଇଁ ଅନେକ ନାମକୁ ନେଇ ଆଲୋଚନା ହେଉଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ ସ୍ବରୂପ ଦାସଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି। ବାଲେଶ୍ୱର ସଦର ପାଇଁ ସ୍ୱରୂପ ଦାସଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ସ୍ୱରୂପ କୁମାର ଦାସ ବାଲେଶ୍ୱରର ପୂର୍ବତନ କାଉନସିଲ ଥିଲେ।

ପ୍ରାର୍ଥୀ ଘୋଷଣା ପରେ ସ୍ୱରୂପ ଦାସ କହିଛନ୍ତି ଯେ, ମୁଁ ରେସରେ ନଥିଲି। ମୁଁ ଖୁସି ଅଛି। ପ୍ରାର୍ଥୀ ହେବା ନେଇ ମୁଁ ଆଦୌ ଜାଣିନଥିଲି। ଦଳ ସମସ୍ତ ଡାଟା ନେଇ ପୂରା ରଣକୌଶଳରେ ଲଢେ। ସେମିତି ଡାଟା ନେଇ ଯୋଜନା ପ୍ରସ୍ତୁତ କରି ମୋତ ପ୍ରାର୍ଥୀ କରିଥିବେ ବୋଲି ସ୍ୱରୂପ ଦାସ କହିଛନ୍ତି।

ବାଲେଶ୍ୱର ସଦର ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କ ନାମ ଚର୍ଚ୍ଚାରେ ଥିଲା। ଏମିିତିକି ଜୀବନ ପ୍ରଦୀପ ଦାସ ଓ ଅରୁଣ ଦେଙ୍କ ନାଁ ବି ଚର୍ଚ୍ଚାରେ ଥିଲା। ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା। ତେବେ ସସପେନ୍ସରେ ସରପ୍ରାଇଜ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.