Odisha Link
Bridging the Missing Links in Odisha

କେନ୍ଦ୍ର ସରକାରଙ୍କର ପୂଜା ଭେଟି: ମିଳିବ ୧୦ ହଜାର ଟଙ୍କାର ଅଗ୍ରୀମ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ପୂଜା ଭେଟି। ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଯୋଜନାରେ ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର। ଏନେଇ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ଅର୍ଥବ୍ୟବସ୍ଥାରେ ଆବଶ୍ୟକତାକୁ ବଢାଇବା ପାଇଁ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି, ଅର୍ଥବ୍ୟବସ୍ଥାର ଚାହିଦାକୁ ବଢାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଚାହିଦାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଉପଭୋକ୍ତା ଖର୍ଚ୍ଚ ଓ ପୁଞ୍ଜିଗତ ବ୍ୟୟ ବଢାଇବା ପାଇଁ ଉପାୟ କରୁଛନ୍ତି। ଏଲଟିସି କ୍ୟାସ ଭାଉଚର ସ୍କିମ ଏବଂ ସ୍ୱତନ୍ତ୍ର ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଆରମ୍ଭ କରାଯିବ। ଟିକେଟ୍ ଭଡା ପ୍ରଦାନରେ ସରକାର ଏଲଟିସିରେ କର୍ମଚାରୀଙ୍କୁ ନଗଦ ଅର୍ଥ ଦେବେ।

ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ରେ କର୍ମଚାରୀମାନଙ୍କୁ ଆଗୁଆ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଆଗାମୀ ମାସ ପାଇଁ ଉପଲବ୍ଧ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କୁ ଅର୍ଥନୀତିର ଚାହିଦାକୁ ଉତ୍ସାହିତ କରିବା ପାଇଁ ୧୦,୦୦୦ ଟଙ୍କାର ପାର୍ବଣ ଅଗ୍ରୀମ ସହାୟତା ଅର୍ଥ ପ୍ରଦାନ କରିବେ। ଏହି ରାଶି ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖର୍ଚ୍ଚ କରିବାକୁ ପଡିବ। ଏହା ଏକ ପ୍ରିପେଡ୍ ଟଙ୍କା କାର୍ଡ ଭାବରେ ଦିଆଯିବ ଏବଂ କର୍ମଚାରୀମାନେ ଏହାକୁ ୧୦ କିସ୍ତିରେ ଜମା କରିପାରିବେ।

ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଅଗ୍ରୀମ ଯୋଜନାରେ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ସହିତ ଯଦି ରାଜ୍ୟ ମଧ୍ୟ ଆସେ ତେବେ ୮୦୦୦ କୋଟି ଟଙ୍କାର ଅତିରିକ୍ତ ଗ୍ରାହକଙ୍କ ଚାହିଦା ସୃଷ୍ଟି ହେବ। ଟ୍ରାଭେଲ ଛୁଟି ଭତ୍ତା (ଏଲଟିସି) ପାଇଁ କ୍ୟାସ ଭାଉଚର ଯୋଜନା ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସରକାରୀ କର୍ମଚାରୀ ଏକ ନଗଦ ଭାଉଚର ପାଇବେ, ଯାହା ସେମାନଙ୍କୁ ଖର୍ଚ୍ଚ କରିବାକୁ ସକ୍ଷମ କରିବ। ଏହା ଅର୍ଥନୀତିକୁ ବୃଦ୍ଧି କରିବ। ସେ କହିଛନ୍ତି ଯେ ଏହି ଯୋଜନାର ଲାଭ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ପବ୍ଲିକ ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଦିଆଯିବ।

Comments are closed.