Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪: ହାଇଦ୍ରାବାଦକୁ ହରାଇ ଫାଇନାଲରେ କୋଲକାତା

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ର ଫାଇନାଲରେ ପ୍ରବେଶ କଲା କୋଲକାତା ନାଇଟ ରାଇଡର୍ସ। ୧୭ ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍‌ ଦେଇ ଫାଇନାଲରେ ପ୍ରବେଶ କରିଛି କେକେଆର। ୮ ଓ୍ବିକେଟରେ ମ୍ୟାଚକୁ ଜିତି ଫାଇନାଲରେ ପ୍ରବେଶ କରିଛି କେକେଆର।

ପ୍ରଥମ ଇନିଂସରେ ବୋଲର କମାଲ କରିଥିବା ବେଳେ ଦ୍ବିତୀୟ ଇନିଂସରେ ବ୍ୟାଟସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ସହଜ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ। ୨୦୨୧ ପରେ କେକେଆର ପୁଣି ଥରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୦୨୧ରେ ଦଳ ଫାଇନାଲ ଯାଇଥିଲେ ମଧ୍ୟ ଚେନ୍ନାଇ ଠାରୁ ହାରି ଯାଇଥିଲା। ଏଥର ଦଳ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ଦଳ ୧୯ ଓଭର ୩ ଟି ବଲ ଖେ୧୫୯ ରନରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ କେକେଆର ୩୮ ବଲ ପୂର୍ବରୁ କେବଳ ୨ଟି ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

Leave A Reply

Your email address will not be published.