Odisha Link
Bridging the Missing Links in Odisha

ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ତିର୍ତ୍ତୋଲରୁ ବିଜୟ, ବାଲେଶ୍ବରରୁ ସ୍ବରୂପଙ୍କୁ ଟିକେଟ୍

ଭୁବନେଶ୍ବର: ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭାରେ ହେବାକୁ ଯାଉଛି ଉପ-ନିର୍ବାଚନ। ବିଜେପି ପରେ ସୋମବାର ମଧ୍ୟାହ୍ନରେ ବିଜୁ ଜନତା ଦଳ ଘୋଷଣା କରିଛି ପାର୍ଥୀଙ୍କ ନାମ। ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ବରରୁ ସ୍ବରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସୂଚନାଥାଉକି, ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତିର୍ତୋଲ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ସେହିପରି ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ଯୋଗୁଁ ବାଲେଶ୍ୱର ଆସନଟି ଖାଲିପଡ଼ିଛି । ଏହି ଦୁଇ ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି।

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଥମେ ବିଜେପି ପକ୍ଷରୁ ଗତକାଲି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ସୋମବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଗତକାଲି ବିଜେପି ପକ୍ଷରୁ ବାଲେଶ୍ୱର ସଦର ପାଇଁ ମାନସ କୁମାର ଦତ୍ତ ଓ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ଦଳୀୟ ଭାବେ ଘୋଷଣା କରାଯାଇଥିଲା। ତେବେ କଂଗ୍ରେସ ପକ୍ଷରୁ ଏଯାଏଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ।

Comments are closed.