Odisha Link
Bridging the Missing Links in Odisha

କୋଭିଡ୍‌ ନିୟମ‌ ଉଲ୍ଲଘଂନ: ଉମାଙ୍କୁ କ୍ଲିନ୍‌ ଚିଟ୍, ଅପରାଜିତାଙ୍କୁ ଦୋଷ ଦେଲେ ସାଂସଦ ରାଜଶ୍ରୀ

ଭୁବନେଶ୍ୱର: କୋଭିଡ୍‌ ନିୟମ‌ ଉଲ୍ଲଘଂନ ନେଇ ରାଜନୌତିକ ମାହୋଲ୍ ଏବେ ସରଗରମ। କରୋନା ନିୟମ ଭଙ୍ଗିବା ନେଇ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ବ‌ଡ଼ ବୟାନ ଦେଇଛନ୍ତି। ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ କରୋନା ନିୟମ ଭଙ୍ଗିବା ଘଟଣାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ଉମାଙ୍କୁ କ୍ଲିନ ଚିଟ ଦେଇଛନ୍ତି। ସେ କହିଛନ୍ତି, ଉମା କିଛି ଭୁଲ କରିନାହାନ୍ତି। ଉମା କ’ଣ ଟିକେ ପଳାଇଆସିଥିଲେ। କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନ୍ମଦିନ ଉତ୍ସବରେ ନିୟମ ଭାଙ୍ଗିଛନ୍ତି ବୋଲି ରାଜଶ୍ରୀ ମଲ୍ଲିକ କହିଛନ୍ତି। ଏଥିସହ ରାଜଶ୍ରୀ କହିଛନ୍ତି, ଅପରାଜିତା ନିମୟ ଭାଙ୍ଗିଛନ୍ତି। ତେଣୁ ତାଙ୍କ ସହ ଜନ୍ମ ଦିନ ଉତ୍ସବରେ ଥିବା ସମସ୍ତଙ୍କ ଟେଷ୍ଟ ହେବା ଉଚିତ।

ସୂଚନାଯୋଗ୍ୟ, କୋଭିଡ୍ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ପୂର୍ବରୁ ନିଜେ କ୍ଷମା ମାଗିଥିଲେ। ସେ କହିଥିଲେ ଯେ, କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ ଥିଲା। ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି। ସରକାରଙ୍କ ଆଇନ ଊଦ୍ଧ୍ୱର୍ରେ କେହି ନୁହେଁ। ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ ମୁଁ କରିଥିବା ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ।

ଅନ୍ୟପଟେ, ଗତ ଶନିବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ ଅଫିସକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ କରାଯାଇଥିଲା। କୋଭିଡ ନିୟମ ଭଙ୍ଗ କରି ଜନ୍ମଦିନ ପାଳନ ଅଭିଯୋଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା।

Comments are closed.