Odisha Link
Bridging the Missing Links in Odisha

ଡିକି ଭାଙ୍ଗି ଟଙ୍କା ଲୁଟ୍

ରାଉରକେଲା : ଡିକି ଭାଙ୍ଗି ୧ଲକ୍ଷ ୯୧ ହଜାର ଟଙ୍କା ଲୁଟ୍ । ଏହି ଘଟଣାଟି ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରେ ଘଟିଥିଲା ଦୁର୍ବୃତ୍ତମାନେ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ।

ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ ରାଉରକେଲା ପାୱାର ହାଉସରୋଡ ଅଫିସରୁ ଟଙ୍କା ନେଇ ବ୍ୟାଙ୍କକୁ ଜମା କରିବାକୁ ଆସିଥିଲେ ।

ସେ ପ୍ରଥମେ ଟଙ୍କା ଜମା କରିବାକୁ ଉଦିତନଗର ଏସବିଆଇକୁ ଯାଇଥିଲେ । ତେବେ ବ୍ୟାଙ୍କ ଭିଡ ଥିବା ଦେଖି ପରମଜିତ ସିଂହ କାନାରା ବ୍ୟାଙ୍କକୁ ଆସିଥିଲେ ।

ସ୍କୁଟିରେ ୧.୯୧ଲକ୍ଷ ଟଙ୍କା ରଖି ବ୍ୟାଙ୍କ ଭିତରକୁ ଆରଟିଜିଏସ କରିବାକୁ ଯାଇଥିଲେ ।ଏହି ସମୟରେ ଦୁର୍ବୁତ୍ତମାନେ ପହଞ୍ଚି ପରମଜିତଙ୍କ ସ୍କୁଟି ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।

ଏହି ଘଟଣା ପରେ ପରମଜିତ ସିଂହ ଉଦିତନଗର ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କ୍ରମେ ଉଦିତନଗର ପୁଲିସ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।

Comments are closed.