Odisha Link
Bridging the Missing Links in Odisha

କ୍ରୁଜ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ଏହି କ୍ଷେପଣାସ୍ତ୍ରକୁ ଆଜି ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଭାରତୀୟ ସେନାରେ ସାମିଲ ହୋଇଥିବା ଏହି ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ହଜାରେ କିଲୋମିଟର ମାରକ କ୍ଷମତା ରହିଛି। ଭାରତୀୟ ପ୍ରତିରକ୍ଷା ଏବଂ ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆରଡିଓ) ଏହି କ୍ଷେପଣାସ୍ତ୍ରକୁ ବିକଶିତ କରିଛି। ‘ନିର୍ଭୟ’ କ୍ଷେପଣାସ୍ତ୍ର ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା ସହ ସଠିକ୍‍ ଭାବେ ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ଆମେରିକାର ପ୍ରସିଦ୍ଧ ଟୋମହାୱକ୍‍ କ୍ଷେପଣାସ୍ତ୍ର ସହ ସମାନ ରହିଛି।

ଚୀନ ଏବଂ ପାକିସ୍ତାନ ପଟୁ ସୀମାରେ ବିପଦକୁ ଲକ୍ଷ୍ୟ କରି ଭାରତ ଏକ ଦୂର ମାରକ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ତିଆରି କରିବାକୁ ନିଷ୍ପତ୍ତି ନେଇଥିଲା। ଡିଆରଡିଓ ଏକାକୀ ‘ନିର୍ଭୟ’ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ବିକଶିତ କରିଛି।

Comments are closed.