ଉପ ନିର୍ବାଚନ: ବିଜେପି ପ୍ରଚାର କମିଟି ମଙ୍ଗ ଧରିଲେ ରଘୁନାଥ

ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଗତକାଲି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି। ୧୩ ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ବାଲେଶ୍ବର ସଦରର ପ୍ରାର୍ଥୀ ମାନସ କୁମାର ଦତ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।