Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୬୩,୫୦୯ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୨୪ ଘଣ୍ଟାରେ ଦେଶରେ ୭୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୦ ହଜାର ୫୮୬ରେ ପହଞ୍ଚିଛି। ବର୍ତ୍ତମାନ ମୋଟ ୮,୨୬,୮୭୬ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୩, ୦୧,୯୨୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.