Odisha Link
Bridging the Missing Links in Odisha

ଭାରତ-ଅଷ୍ଟ୍ରେଲିଆ ଭୂତଳ ଜଳ ପରିଚାଳନା ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଭୂତଳ ଜଳ ପରିଚାଳନା ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ଭୂତଳ ଜଳର ସହଣୀୟ ପରିଚାଳନା, ଦକ୍ଷତା ନିର୍ମାଣ, ଗବେଷଣା ଓ ବିକାଶ ପାଇଁ ଉଦ୍ଦିଷ୍ଟ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି।

ଭାରତ ପକ୍ଷରୁ ଜଳସଂପଦ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଭୂତଳ ଜଳବୋର୍ଡ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଭି ପାର୍ଟନର୍ସ ଅକ୍ଟୋବର ୨୦୧୯ରେ ଏହି ଚୁକ୍ତିରେ ସ୍ୱାକ୍ଷରିତ କରିଥିଲେ। ଭୂପୃଷ୍ଠ ଓ ଭୂତଳ ଜଳର ସୁପରିଚାଳନା ପାଇଁ ତାଲିମ ପ୍ରଦାନ, ଶିକ୍ଷା ଓ ଗବେଷଣା ମାଧ୍ୟମରେ କୃଷି, ସହରାଞ୍ଚଳ, ଶିଳ୍ପ ଓ ପରିବେଶଗତ ବ୍ୟବହାର ଲାଗି ଜଳ ନିରାପତ୍ତା ଲକ୍ଷ୍ୟ ହାସଲ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Comments are closed.