Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, କେତେ ଟଙ୍କାର ମାଲିକ ସେ ଜାଣନ୍ତୁ…

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ। ହିନ୍ଦୀ ଶିକ୍ଷକଙ୍କ ଠାରୁ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ବୁଧବାର ଗଞ୍ଜାମ ଜିଲ୍ଲା  ରଙ୍ଗେଇଲୁଣ୍ଡା ଝାଣ୍ଡନକୁଲି ଯଶୋଦା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସର ଚଢାଉ କରିଥିଲା। ଏହି ସମୟରେ ମୋଟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରି ଏହି ସମ୍ପତ୍ତି ଠାବ କରିଛି। ଭିଜିଲାନ୍ସ ପକ୍ଷରୁ ଏକସଙ୍ଗେ ବ୍ରହ୍ମପୁର ବୈକୁଣ୍ଠନଗରସ୍ଥିତ ବାସଭବନ, ବ୍ରହ୍ମନଗରରେ ଥିବା ପାଞ୍ଚମହଲା କୋଠା, ପୈତୃକ ଗ୍ରାମ, କାର୍ଯ୍ୟାଳୟ ଓ ଲକ୍ଷ୍ମୀପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଢାଉ କରାଯାଇଥିଲା। ଶ୍ରୀ ସାହୁଙ୍କର ୪ କୋଟି ୯୩ଲକ୍ଷ ୯୭ହଜାର ୨୪୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ଚଢାଉ ବେଳେ ଶ୍ରୀ ସାହୁଙ୍କ ବ୍ରହ୍ମପୁର ବ୍ରହ୍ମନଗରରେ ୫ମହଲା କୋଠା, ବୈକୁଣ୍ଠନଗରରେ ତିନି ମହଲା କୋଠା, ଲକ୍ଷ୍ମୀପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଏକ ମହଲା କୋଠା, ପୁରୀ ଓ ଭୁବନେଶ୍ବରରେ ଆପାର୍ଟମେଣ୍ଟ, ଗୋପାଳପୁରରେ ଫ୍ଲାଟ, ତିନୋଟି ବାଇକ, ଗଞ୍ଜାମ ନିମଖଣ୍ଡିରେ ଦୋକାନ ଗୃହ, ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା, ଜୀବନ ବୀମାରେ ନିବେଶ, ସୁନା ଅଳଙ୍କାର ଆଦି ଥିବା ଜଣାପଡିଥିଲା।

ସବୁଠୁ ବଡ଼ କଥା ହେଉଛି ଭୁବନାନନ୍ଦ ସାହୁ ଜଣେ ହାଇସ୍କୁଲ ଶିକ୍ଷକ ହୋଇଥିବା ବେଳେ ତାଙ୍କ ପାଖରେ କୋଟି କୋଟି ଟଙ୍କା ଆସିଲା କେଉଁଠୁ ? ଏସବୁର ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ।

Comments are closed.