Odisha Link
Bridging the Missing Links in Odisha

JCB ଦ୍ବାରା ନିଜ ପିଠି କୁଣ୍ଡାଇଲେ ବୃଦ୍ଧ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଗତବର୍ଷ JCB ଖୁବ୍‌ ଭାଇରାଲ ହୋଇଥିଲା। ହଠାତ୍‌ ସୋସିଆଲ ମିଡିଆରେ JCB ଏମିତି ଟ୍ରେଣ୍ଡ କଲା ଯେ ସୋସିଆଲ ମିଡିଆ ବ୍ୟବହାରକାର ମାନେ JCB ସହ ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଛାଡ଼ିଥିଲେ। ଏବେ ଆଉଥରେ JCB ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥର ଜଣେ ବୟସ୍କ ଲୋକଙ୍କ ପାଇଁ JCBର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ୪୧ ସେକେଣ୍ଡର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଦେଖାଯାଇଛିଯେ, ଏକ ସ୍ଥାନରେ କନଷ୍ଟ୍ରକସନ୍‌ କାମ ଚାଲିଛି। ସେହି କାର୍ଯ୍ୟରେ ଏକ JCB ମଧ୍ୟ ନିୟୋଜିତ ଅଛି। ଅପରପକ୍ଷେ ଜଣେ ବ୍ୟକ୍ତି ନିଜ ପିଠିକୁ ଗାମୁଛାରେ କୁଣ୍ଡେଇ କୁଣ୍ଡେଇ JCB ଆଡ଼କୁ ଯାଇ JCB ଆଗରେ ନଇଁ ପିଠି ଦେଖାଇ ଥିଲେ। ପରେ JCB ଡ୍ରାଇଭର ଜଣକ ଏକ୍ଜାଭେଟର ବକେଟ ସାହାଯ୍ୟରେ ବ୍ୟକ୍ତି ଜଣଙ୍କର ପିଠି କୁଣ୍ଡାଉଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହି ଭିଡିଓଠି କେଉଁ ସ୍ଥାନର ତାହା ସଠିକ୍‌ ଭାବେ ଜଣା ପଡ଼ିନାହିଁ।

https://www.facebook.com/abdulnasar.in/videos/257727322285477

Comments are closed.