Odisha Link
Bridging the Missing Links in Odisha

ଲଗାଣ ବର୍ଷା, ଗଜପତିରେ ଧସିଲା ପାହାଡ଼

ଗଜପତି: ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଫଳରେ ପାହାଡ଼ ଧସି ଯାଇଛି। ଗଜପତି ଜିଲ୍ଲା ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ପାହାଡ଼ ଧସିଛି। ପାରଳାଖେମୁଣ୍ଡି ଠାରୁ ଅଜୟଗଡ଼ର ମୁଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି। ପାହାଡ଼ ଧସିବା ଫଳରେ ରାସ୍ତା ଅବରୋଧ ହୋଇଛି। ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି।

ଏବେବି ଅଞ୍ଚଳରେ ବର୍ଷା ଜାରି ରହିଛି। ଏପର୍ଯ୍ୟନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନି। ଜରୁରୀ ପରିସ୍ଥିତିରେ ବାଇକ ଯୋଗେ କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ। ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଯାତାୟତ ପ୍ରଭାବିତ ହୋଇଛି। ଘାଟୀ ରାସ୍ତାରେ ଠାଏ ଠାଏ ଅତଡା ପଡ଼ି ରହିଛି।

Comments are closed.