Odisha Link
Bridging the Missing Links in Odisha

ଦମ୍ପତି ଜିଅଁନ୍ତା ଦଗ୍ଧ

ଝାରସୁଗୁଡା: ଦମ୍ପତି ଜିଅଁନ୍ତା ଦଗ୍ଧ। ଏଭଳି ଏକ ଅଭାବନୀୟ ଘଟଣା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର କଲୋନୀରେ ଘଟିଛି। ଜୀଅନ୍ତା ଜଳିଗଲେ ଦମ୍ପତି। ଘର ବାହାରେ କୋଇଲା ଚୁଲି ଲଗାଉଥିବା ବେଳେ ଦମ୍ପତି ଜିଅଁନ୍ତା ଜଳିଯାଇଛନ୍ତି।

ସୁଚନା ମୁତାବକ, କୋଇଲା ଚୁଲି ଲଗାଉଥିବା ବେଳେ ସ୍ତ୍ରୀ ଜଳି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ ଜଳି ଯାଇଛନ୍ତି। ଘଟଣାସ୍ଥଳରେ ବ୍ରଜରାଜନଗର ପୋଲିସର ତଦନ୍ତ ଚଳାଇଛି। କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ସ୍ବାମୀ-ସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Comments are closed.