Odisha Link
Bridging the Missing Links in Odisha

ଆଜି ଜାରି ହେବ ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ ମୁଦ୍ରା ଜାରି କରିବେ। ଖାଦ୍ୟ ଏବଂ କୃଷି ସଙ୍ଗଠନର ୭୫ତମ ବାର୍ଷିକୀ ଉପଲକ୍ଷେ ଏହି ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରାଯିବ। ଏହି ଅବସରରେ ବିକଶିତ ଆଠଟି ଫସଲର ୧୭ଟି ଜୈବ ସମ୍ବନ୍ଧିତ କିସମ ମଧ୍ୟ ଦେଶ ପାଇଁ ଉତ୍ସର୍ଗୀକୃତ କରାଯିବ। ଏହି କାର୍ଯ୍ୟକ୍ରମରେ ସରକାରଙ୍କ କୃଷି ଏବଂ ପୋଷଣ କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯିବ। ଦେଶରେ ପୁଷ୍ଟିହୀନତାକୁ ସମ୍ପୂର୍ଣ୍ଣ ଦୂର କରିବା ଦିଗରେ କାର୍ଯ୍ୟ ଗ୍ରହଣ କରାଯିବ।

ଖାଦ୍ୟ ଏବଂ କୃଷି ସଙ୍ଗଠନରର ଲକ୍ଷ ହେଉଛି ଲୋକଙ୍କୁ ନିୟମିତ ଭାବରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ଧରଣର ଖାଦ୍ୟ ଯୋଗାଇଦେବା ଯାହା ଦ୍ୱାରା ସେମାନେ ସକ୍ରିୟ ଏବଂ ସୁସ୍ଥ ରଖିବା। ଏଥିସହ ପୁଷ୍ଟିକକ ସ୍ତର ବଢ଼ାଇବା, ଗ୍ରାମାଞ୍ଚଳର ଜନସଂଖ୍ୟାରେ ଉନ୍ନତି ଆଣିବା ଏବଂ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦେବା।

Comments are closed.