Odisha Link
Bridging the Missing Links in Odisha

ଅବହେଳା କଲେ ସଂକ୍ରମଣ ବଢିବ: ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶାରେ ଆଗକୁ ସଂକ୍ରମଣ ସଂଖ୍ୟା କମିବ। ଏନେଇ ଆଜି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସେପ୍ଟେମ୍ବର ୧୧ରୁ ୨୫ ତାରିଖ ଯାଏଁ ସଂକ୍ରମଣ ୪୨୦୦ ଯାଇଥିଲା। ବର୍ତ୍ତମାନ ଟେଷ୍ଟିଂ କମିନି ମାତ୍ର ସେପ୍ଟେମ୍ବର ୨୫ରୁ ସଂକ୍ରମଣ ହାର କମିଛି। ପଜିଟିଭ୍‌ ହାର ୫%ରୁ କମ୍‌ ରହିଛି। ବର୍ଷା ପାଇଁ ସାମ୍ପଲ ସଂଗ୍ରହ ସାମାନ୍ୟ କିମିଛି।

ଏବେ ଦୈନିକ ୫୦ ହଜାର ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି। ଆଗକୁ ପୂଜା ଆସୁଛି ଏନେଇ ଅଧିକ ସଚେତନତା ଦରକାର। ଯଦି ଲୋକ ଅବହେଳା କରିବେ ତାହେଲେ ସଂକ୍ରମଣ ବଢିବ। ରାଜ୍ୟରେ ମୃତ୍ୟୁ ହାର ବଢୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି।

Comments are closed.