Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତା ତଥ୍ୟ ଦେବେ ଏଜି

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ମାମଲା ପ୍ରସଙ୍ଗରେ ପୂର୍ବରୁ ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ସିପି ରିପୋର୍ଟ ଦେଇଥିଲେ। ଗତ ଶୁକ୍ରବାର ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଥିଲେ। ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ୫ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ବାଲୁବଜାର, ଫିରିଙ୍ଗି ପଜାର ଓ ତଳତେଲେଙ୍ଗା ବଜାର ପକ୍ଷରୁ ମାମଲା ଦାୟର ହୋଇଥିଲା।

Comments are closed.