Odisha Link
Bridging the Missing Links in Odisha

ସରଗରମ ରାଜ୍ୟ ରାଜନୀତି; ଆଜି ଓଡ଼ିଶା ଆସିବେ ନୀତିନ ଗଡ଼କରୀ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି।

ଏସବୁ ଭିତରେ କ୍ରମାଗତ ଭାବେ ଓଡିଶାକୁ ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରୀୟ ନେତା। ଏହି କ୍ରମରେ ଆଜି ପୁରୀ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦିନ ୧୨ଟାରେ ଭୁବନେଶ୍ବରରେ ପହଞ୍ଚିବେ ନୀତିନ। ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ନୀତିନ ଗଡ଼କରୀ ପୁରୀ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ପରେ କୃଷ୍ଣପ୍ରସାଦରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Leave A Reply

Your email address will not be published.