Odisha Link
Bridging the Missing Links in Odisha

ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; ହଜାର ହଜାର ଲୋକଙ୍କ ଜନସମାଗମ

ଓଏଲ୍‌ ବ୍ୟୁରୋ: ସରଗରମ ହୋଇଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ଗଞ୍ଜାମରେ ନବୀନ ସୋ’ଆରମ୍ଭ ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର କରିଛନ୍ତି।

ବ୍ରହ୍ମପୁର ନିକଟସ୍ଥ କନିଷି ଜନ ସଭାରେ ଯୋଗ ଦେଇଛନ୍ତି। ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଛି। ସାଧାରଣ ସଭାରେ ସ୍ବାଗତ ଜଣାଇଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପରେ ସେ ଆସ୍କାରେ ପ୍ରଚାର କରିବେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଫୁଲବାଣୀରେ ପ୍ରଚାର ଅଭିଯାନରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ମେ ୧୩ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଓ ଏହି ଆସନ ଅନ୍ତର୍ଗତ ବିଧାନସଭାଗୁଡିକରେ ବି ନିର୍ବାଚନ ହେବ। ସେହିପରି ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ଲୋକସଭା କ୍ଷେତ୍ର ଓ ସଂଲଗ୍ନ ବିଧାନସଭା କ୍ଷେତ୍ରରେ ହେବ। ନିର୍ବାଚନକୁ ନଜରରେ ଜୋରଦାର ପ୍ରଚାର ଚାଲିଛି।

Leave A Reply

Your email address will not be published.