Odisha Link
Bridging the Missing Links in Odisha

କନିଷିରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ; କହିଲେ-ଚୋର ପ୍ରାର୍ଥୀକୁ ଆଶୀର୍ବାଦ କରନ୍ତୁ ନାହିଁ

ଓଏଲ୍‌ ବ୍ୟୁରୋ: ସରଗରମ ହୋଇଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ଆଜି ଗଞ୍ଜାମରେ ନବୀନ ଶୋ’ ଆରମ୍ଭ ହୋଇଛି। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର କରିଛନ୍ତି।

ବ୍ରହ୍ମପୁର ନିକଟସ୍ଥ କନିଷି ଜନ ସଭାରେ ଯୋଗ ଦେଇଛନ୍ତି। ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଛି। ସାଧାରଣ ସଭାରେ ସ୍ବାଗତ ଜଣାଇଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଏହା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ମତେ କୁହନ୍ତୁ, ମିଶନ ଶକ୍ତି ଭଲ କି, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, ଚାଷୀର କାଳିଆ ଯୋଜନା, ମଧୁବାବୁ ପେନଶନ ଯୋଜନା ଆଉ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନ କରିଥିଲେ। ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ। ଚୋର ପ୍ରାର୍ଥୀକୁ ଆଶୀର୍ବାଦ କରନ୍ତୁ ନାହିଁ, ବିଜେଡିକୁ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Leave A Reply

Your email address will not be published.