କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ୍ କଶ୍ଠଶିଳ୍ପୀ କୁମାର ସାନୁ କରୋନା ସଂକ୍ରମିତ। ଏ ସଂପର୍କରେ କୁମାର ସାନୁ ସୋସିଆଲ୍ ଜରିଆରେ ଜଣାଇଛନ୍ତି। କରୋନା ପଜିଟିଭ୍ ହେବା ପରେ ସେ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ସୂଚନା ମୁତାବକ, କୁମାର ସାନୁ ନିଜ ପରିବାରକୁ ଭେଟିବା ପାଇଁ ଆମେରିକା ଯାଇଥାନ୍ତେ।
ସେ ବମ୍ବେ ଟାଇମ୍ସକୁ ସାକ୍ଷାତ୍କାର ଦେବା ସମୟରେ କହିଥିଲେ ‘ମୁଁ ମୋ ପରିବାର ସହ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି,। ମୁଁ ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଏବଂ ଆନ୍ନାବେଲଙ୍କ ସହ ଏବେ କିଛି ଦିନ ସାଥୀରେ ରହିବାର ଯୋଜନା କରିଛି।
Comments are closed.