୫୦ କେଜିର କଇଁଛ ଉଦ୍ଧାର

କଟକ : ୫୦ କେଜିର କଇଁଛ ଉଦ୍ଧାର। କଟକ ଚୌଦ୍ୱାର ସହରରୁ ଏକ ୫୦ କେଜିର କଇଁଛ ଉଦ୍ଧାର କରିଛି ବନବିଭାଗ। ବନବିଭାଗ ଏହି କଇଁଛକୁ ଉଦ୍ଧାର କରିବା ସହ ୪ ଜଣକୁ ଏନେଇ ଗିରଫ କରିଛି। ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛି।
ପ୍ରକାଶଯୋଗ୍ୟ, ମଧୁର ଜଳ ପ୍ରଜାତିର ଏହି କଇଁଛଟିକୁ ବିରୂପା ନଦୀରୁ ବଂଶୀକଣ୍ଟାରେ ମାଛଧରାଳୀ ଧରିଥିଲେ। ବନବିଭାଗ ପକ୍ଷରୁ କଇଁଛଟିକୁ ଉଦ୍ଧାର କରାଯାଇ ଭୁବନେଶ୍ୱରର ଓୟୁଏଟିକୁ ଚିକିତ୍ସା କରାଯାଇଛି।