Odisha Link
Bridging the Missing Links in Odisha

ସାବଧାନ ରହିଲେ ସଂକ୍ରମଣ ବଢ଼ିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପୂଜା ପାଇଁ ସତର୍କ ରହିବାକୁ କହିଛନ୍ତି। ଏହା ସହିତ ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢ଼ୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ଅନେକ କଷ୍ଟ। ତ୍ୟାଗ ସ୍ବୀକାର କରିବାକୁ ପଡ଼ିଛି। ଏଥି ପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡ଼ୁଛି। ବୟସ୍କ ଓ ପିଲା ଘରେ ରହିଲେ ଆମେ କରୋନା ବିରୋଧରେ ଲଢ଼ିବା। ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶା ୬ ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି। ଏଥିରେ ଓଡ଼ିଶାର ସବୁ ନାଗରିକଙ୍କର ଅବଦାନ ରହିଛି। କିଛି ଲୋକ ଟିକେ ଅମାନିଆ ଅଛନ୍ତି। ପରିସ୍ଥିତି ଠିକ୍‌ ବୁଝିବା ଦରକାର। ଗତ ୧୫ ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ କମିବା ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୬ରେ ୪ ହାଜାରରୁ ଅଧିକ ଥିଲା। ଏବେ ତାହା ୨ ହଜାର ତଳେ ରହିଛି। ପଜିଟିଭିଟି ରେଟ୍‌ ବି କମିଛି। ଆଗକୁ ଆହୁରି କମିବ। ୨ ମାସ ତଳେ ଗଂଜାମ ହଟସ୍ପଟ୍‌ ଥିଲା। ଦୈନିକ ଶହ ଶହ କରୋନା ସଂକ୍ରଣ ବାହାରୁ ଥିଲେ। ଲୋକଙ୍କ ସହଯୋଗ ଓ କୋଭିଡ଼ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଂଜାମ ଓ ଗଜପତିରେ ସଂକ୍ରମଣ କମିଛି।

ଅନ୍ୟ ପାଇଁ ପ୍ରେରଣା ପାଲଟିଛି। କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ। କରୋନାର କ୍ୟାରେକ୍ଟର ପ୍ରୋଫାଇଲ ବହୁତ କ୍ରିଟିକାଲ। ମେଡିସିନ ଓ ଭ୍ୟାକସିନ ଆସିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ। ବ୍ରିଟେନ ଓ ଫ୍ରାନ୍ସରେ ସଂକ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ରହିଛି। ଏବେ ସେମାନେ ପୁଣ ଲକ୍‌ଡାଉନ ଓ ସଟଡାଉନକୁ ଫେରିଲେଣି। ଆମେରିକା ପରେ ଭାରତ ଏବେ ସଂକ୍ରମଣରେ ଦ୍ବିତୀୟ ସ୍ଥାନାରେ ରହିଛି। ଓନାମ ପର୍ବ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି। ଏସ୍ପପର୍ଟଙ୍କ ମତ ଅନୁସାରେ ଶୀତ ଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ। ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି। ଏହି ପାର୍ବଣରେ ଘରେ ରହି ପୂଜା କରନ୍ତୁ। ପୂଜା ସମୟରେ ସର୍ବସାଧାରଣ ଜାଗାରେ ଭିଡ଼ କରନ୍ତୁ ନାହିଁ। ବାହାରକୁ ଗଲେ ପିନ୍ଧିନ୍ତୁ ଓ ସାମଜିକ ଦୂରତ୍ବ ରଖନ୍ତୁ ଏହା ସହିତ ହାତକୁ ବାରମ୍ବର ଧୁଅନ୍ତୁ। ଆମେ ସାବଧାନ ରହିଲେ ଆଉ ସଂକ୍ରମଣ ବଢ଼ି ପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.