Odisha Link
Bridging the Missing Links in Odisha

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସର ‘ଉତ୍କଳ’ କଲେକ୍ସନ

ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ ର ଶୁଭାରମ୍ଭ କରିଛି। ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର‌୍ୟ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି।

ଗ୍ରାହକମାନେ କଳାତ୍ମକ ଭାବରେ ପ୍ରସ୍ତୁତ ଅନେକ ଗୁଡ଼ିଏ ଡିଜାଇନ ମଧ୍ୟରୁ ନିଜର ପସନ୍ଦର ଗହଣାକୁ ବାଛି ପାରିବେ। ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର‌୍ୟ୍ୟ ମନ୍ଦିର କାରୁକାର‌୍ୟ୍ୟ, ମୁକ୍ତେଶ୍ୱର ମନ୍ଦିର କଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଓ ଆକର୍ଷଣୀୟ ପଟ୍ଟଚିତ୍ର କଳା। ଓଡ଼ିଶାର ଏହି ଏତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ। ବିଭିନ୍ନ ଉତ୍ସବ ଓ ଅବସର ପାଇଁ ମନପସନ୍ଦ ଚୋକର ସେଟ୍ ଠାରୁ ଆରମ୍ଭ କରି ଛୋଟ ନେକ୍‌ଲେସ୍ ଓ ଆକର୍ଷଣୀୟ ସୁଦୀର୍ଘ ନେକଲେସ୍ ସେଟ୍ ସମେତ ବିବିଧ ଓ ବ୍ୟାପକ ଡିଜାଇନ୍‌ର ଅଳଙ୍କାର ବିଭିନ୍ନ ବଜେଟରେ ଉପଲବ୍ଧ ରହିଛି।

ଏହି ଗୋଲ୍ଡ କଲେକ୍ସନର ଡିଜାଇନ୍ ୨୨ କ୍ୟାରେଟ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ସୁନ୍ଦର ମନ୍ଦିର ଶୈଳୀର ଅଳଙ୍କାର, ଆଂଟିକ୍ ଓ ୟେଲୋ ଗୋଲ୍ଡ ଫିନିସ୍ ଅଳଙ୍କାର ତଥା ସୁନ୍ଦର ତାରକସି ଷ୍ଟାଇଲ୍ ଅଳଙ୍କାର ଗୋଲ୍ଡ ଓ ଆଂଟିକ୍ ଫିନିସ୍ ସହିତ। ସେହିଭଳି ୧୮ କ୍ୟାରେଟ୍ ସୁନାରେ ଖଚିତ ଡାଏମଣ୍ଡ ବା ହୀରା ସେଟ୍ ପାର୍ବଣ ଓ ଏହିପରି ସମୟ ପାଇଁ ବେଶ୍ ଉପଯୁକ୍ତ ଅଟେ। ଉତ୍କଳ କଲେକ୍ସନର ବିଭିନ୍ନ ଡିଜାଇନ୍ ସମ୍ଭାରକୁ ରେ ଦେଖାଯାଇପାରିବ।

ଉତ୍କଳ କଲେକ୍ସନରେ ରହିଥିବା ଓଡିଶାର ବିଭିନ୍ନ କଳାତ୍ମକ ଉତ୍କର୍ଷ ଗୁଡ଼ିକ ମଧ୍ୟରେ ରହିଛି: କୋଣାର୍କ ସୂର‌୍ୟ୍ୟ ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ନିର୍ମିତ କୋଣାର୍କର ଚକ ପରି, ଯାହାକି ସମୟର ସଙ୍କେତ ଅଟେ, ଏହି ନେକଲେସ୍ ସେଟ୍ ବିଶ୍ୱବିଖ୍ୟାତ କୋଣାର୍କ ସୂର‌୍ୟ୍ୟ ମନ୍ଦିର ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଏବଂ ଏହାକୁ ଅତ୍ୟନ୍ତ ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି। ମୁକ୍ତେଶ୍ୱର ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ ଏହି ହାତତିଆରି ଗହଣା ସେଟ୍ ସୁଦୃଶ୍ୟ ମୁକ୍ତେଶ୍ୱର ମନ୍ଦିରର କଳାତ୍ମକ ସଂରଚନାକୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଇଛି ଯାହାକୁ ଓଡ଼ିଶା କଳା ସ୍ଥାପତ୍ୟର ଏକ ଉତ୍କୃଷ୍ଟ ରତ୍ନ ଭାବେ ବିବେଚନା କରାଯାଇଥାଏ। ପୁରୀ ଜଗନ୍ନାଥ କଲେକ୍ସନ: ଏହି ଆକର୍ଷଣୀୟ ଡିଜାଇନକୁ ଅତ୍ୟନ୍ତ ସୂକ୍ଷ୍ମ କାରୁକାର‌୍ୟ୍ୟ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ଶୈଳୀର ସଙ୍କେତ ବହନ କରୁଛି।

ସିନ୍ଥି କଲେକ୍ସନ: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିଧାନ କରାଯାଉଥିବା ସିନ୍ଥିର ଆଧାରରେ ଏହି ଗହଣାର ଡିଜାଇନ କରାଯାଇଛି। ଏହା ଅତ୍ୟନ୍ତ ଅନୁପମ ଓ ଏଥିରେ ପାରମ୍ପରିକ ଶୈଳୀ ଏବଂ ଆଧୁନିକ ଢଙ୍ଗର ଉତ୍ତମ ସମନ୍ୱୟ ପ୍ରତିଫଳିତ ହୋଇଛି। ବୋଇତ ବନ୍ଦାଣ କଲେକ୍ସନ : ଓଡ଼ିଶାର ବୋଇତ ବନ୍ଦାଣ ପରମ୍ପରା ଓ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇ ବୋଇତ ବନ୍ଦାଣ ଅନୁପ୍ରେରିତ ନେକ୍‌ଲେସ ସେଟ୍ ପ୍ରସ୍ତୁତ କରାଯାଇଛି ଯାହା ଓଡ଼ିଶାର ପୁରାତନ ସମୟରେ ପାଳନ କରାଯାଉଥିବା ଲୋକ ଉତ୍ସବର ସ୍ମୃତି ବହନ କରୁଛି। ପଟ୍ଟଚିତ୍ର କଲେକ୍ସନ: ରିଲାଏନ୍ସ ଜୁଏଲ୍ସର ଉତ୍କଳ କଲେକ୍ସନର ଏକ ଆକର୍ଷଣୀୟ ନେକ୍‌ଲେସ ସେଟ୍ ଭାବରେ ଏହି ସୁନ୍ଦର ଅଳଙ୍କାର କଲେକ୍ସନ ବାସ୍ତବରେ ପ୍ରତିଟି ଅଳଙ୍କାର ସଂଗ୍ରାହକଙ୍କ ପାଇଁ ଇପ୍‌ସିତ ଅଳଙ୍କାର, ଯାହା ଓଡ଼ିଶାର ପଟ୍ଟଚିତ୍ର କଳାରୁ ଅନୁପ୍ରେରିତ ହୋଇଛି। ଏହା ପୁରାତନ କଳାକୌଶଳ ଓ ଚିତ୍ରର ଅନୁକରଣରେ ପ୍ରସ୍ତୁତ କରାଯାଇଛି।

ଉତ୍କଳ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦନ କରୁଥିବା ବେଳେ ଏଥିରେ ଭରି ରହିଛି ଉତ୍କୃଷ୍ଟ କାରିଗରି ତଥା ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡର ଗୁଣବତ୍ତା ଓ ବିଶ୍ୱସନୀୟତା। ଏହି ଉତ୍କଳ କଲେକ୍ସନ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟରେ ୧୬ ନଭେମ୍ବର ୨୦୨୦ ପର‌୍ୟ୍ୟନ୍ତ ଉପଲବ୍ଧ ହେଉଛି। ଏଥିସହିତ ସୁନା ଗହଣା ଓ ସୁନା କଏନର ଗଢ଼ା ମଜୁରୀରେ ୩୦% ପର‌୍ୟ୍ୟନ୍ତ ରିହାତି଼ ରହିଛି। ସେହିଭଳି ଡାଇମଣ୍ଡ୍ ବା ହୀରା ଅଳଙ୍କାର ବିଲ୍ ମୂଲ୍ୟରେ ୩୦% ପର‌୍ୟ୍ୟନ୍ତ ରିହାତି ଉପଲବ୍ଧ ହେଉଛି। ଏହି ଅଫରା ୧୬ ନଭେମ୍ବର ୨୦୨୦ ପର‌୍ୟ୍ୟନ୍ତ ସର୍ତ ଓ ବ୍ୟବସ୍ଥାବଳୀ ସହ ଲାଗୁ ହେବ।

ଏହାର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜୁଏଲ୍ସର ମୁଖପାତ୍ର କହିଛନ୍ତି ଯେ, “ପର୍ବପର୍ବାଣୀ ହେଉଛି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦୁର୍ଗାପୂଜା ଓ ଦୀପାବଳୀ ଭାରତରେ ପାଳିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ। ଧନତେରସ ସମୟରେ ସୁନା କିଣିବାକୁ ଶୁଭ ମନେ କରାଯାଏ ଓ ଏହି ସମୟରେ ଆମେ ଉତ୍କୃଷ୍ଟ କାରିଗରୀସମ୍ପନ୍ନ ‘ଉତ୍କଳ କଲେକ୍ସନ୍‌’ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମର ଆକର୍ଷଣୀୟ ଅର୍ନେଟ୍ କଲେକ୍ସନରେ ମନ୍ଦିର ଅଳଙ୍କାରର ଡିଜାଇନ୍ ସାମିଲ୍ ରହିଛି। ପ୍ରତିଟି ସୁନା ଓ ହୀରା ନେକ୍‌ଲେସ୍ ଓ ଇୟରିଙ୍ଗ୍ ବେଶ୍ ସ୍ୱତନ୍ତ୍ର ଏବଂ ଏହା ଓଡ଼ିଶାର ବିଭିନ୍ନ କଳା, ଐତିହ୍ୟ ଓ ସଂସ୍କୃତିକୁ ଦର୍ଶାଇଥାଏ। ଶୁଭ ଧନତେରସର ଅବ୍ୟବହିତ ପୂର୍ବରୁ ଏହି ସ୍ୱତନ୍ତ୍ର କଲେକ୍ସନକୁ ଉପଲବ୍ଧ କରାଯାଇଛି ଏବଂ ଏହାକୁ ଆମର ଗ୍ରାହକମାନେ ବେଶ୍ ପସନ୍ଦ କରିବେ ବୋଲି ଆମେ ଆଶା ରଖିଛୁ।”

Comments are closed.