ଶୀତରେ ସଂକ୍ରମଣ ବଢ଼ିପାରେ!

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ବରିଷ୍ଠ ଡାକ୍ତର ନିରଜ ମିଶ୍ର ପରାମର୍ଶ ଦେଇଛନ୍ତି। ଶ୍ରୀ ମିଶ୍ର କାହିଛନ୍ତି ଯେ, ଶୀତ ଋତୁରେ ସଂକ୍ରମଣ ବଢ଼ିବା ସମ୍ଭାବନା ଅଧିକ। ଥଣ୍ଡା ପରିବେଶ ସୁହାଏ। ୟୁରୋପରେ ଥଣ୍ଡା ପରିବେଶ ପାଇଁ ୨ୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ପର୍ବପର୍ବାଣୀ ଓ ନିର୍ବାଚନ ବେଳେ ମଧ୍ୟ କୋଭିଡ ନିୟମ ମାନିବାକୁ ପଡ଼ିବ।
ଆମ ଦେଶରେ ସଂକ୍ରମଣ କମୁଛି। ଯାହା ଆମ ପାଇଁ ଭଲ ଖବର। ଯଦି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ହୁଏ ତାହେଲେ ବିପଜ୍ଜନକ। ରାଜ୍ୟରେ ବଢ଼ୁଥିବା ମୃତ୍ୟୁସଂଖ୍ୟା ଚନ୍ତାର କାରଣ ନୁହେଁ। ଯେଉଁମାନେ ଆଗରୁ ଗୁରୁତର ଥିଲେ ସେମାନଙ୍କର ମୃତ୍ୟୁ ହେଉଥାଇପାରେ। ପ୍ଲାଜମା ଥେରାପି ଓ ରେମଡେସିଭିର ଚିକିତ୍ସା ବନ୍ଦ କରା ନଯାଉ। ବକଳ୍ପ ବ୍ୟବସ୍ଥା ନାହିଁ। ତେଣୁ ଏହାଦ୍ବାରା ଅନେକ ଉପକୃତ ହେବେ। ପ୍ଲାଜମା ଥେରାପିର ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ଚାଲୁ କରିବାକୁ କରହିଛନ୍ତି।