ତିର୍ତ୍ତୋଲରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର

ତିର୍ତ୍ତୋଲ: ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ଭର୍ଚୁଆଲ ପ୍ରଚାର କରିଛନ୍ତି। ଏହି ଭର୍ଚୁଆଲ ପ୍ରଚାର ମାଧ୍ୟମରେ ତିର୍ତ୍ତୋଲବାସୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ ନବୀନ କହିଲେଯେ, ମା’ ଶାରଳାଙ୍କ ପବିତ୍ର କ୍ଷେତ୍ର ତିର୍ତୋଲର ପ୍ରିୟ ଭାଇଉଭଣୀମାନଙ୍କୁ ମୋର ନମସ୍କାର। ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ତିର୍ତ୍ତୋଲର ଜନ ସାଧାରଣ ବିଜୁ ପରିବାର ସହ ରହି ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳ ପ୍ରତି ନିଜର ସମର୍ଥନ ରଖିବ। ‘ମୁଁ ସବୁବେଳେ ଆପଣଙ୍କ ସହ ରହିଛି’।
ନବୀନ ଆହୁରି କହିଛନ୍ତି ଯେ, ‘ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଏଥିପାଇଁ କୋଭିଡ ଯୋଦ୍ଧା ଓ ଆପଣମାନଙ୍କ ସହଯୋଗ ପାଇଁ ଧନ୍ୟବାଦ। କରୋନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ମଡେ଼ଲ ରାଜ୍ୟ ହୋଇପାରିଛି। ବିଭିନ୍ନ ନିର୍ବାଚନରେ ଆମ ସରକାରର ବିକାଶ କାମକୁ ତିର୍ତୋଲବାସୀ ସମର୍ଥନ ଦେଇ ଆସିଛନ୍ତି। ତିର୍ତ୍ତୋଲରେ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି। ତିର୍ତୋଲର ବିକାଶ ପାଇଁ ଦୁଇଟି ବଡ଼ ସେତୁ କାମ ଆରମ୍ଭ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟ ଭିତିଭୂମିର ବିକାଶ କରାଯିବ। ତିର୍ତ୍ତୋଲ ଅଞ୍ଚଳରେ ମିଶନଶକ୍ତିର ମା’ମାନେ ବହୁ ଭଲ କାମ କରିଛନ୍ତି ।’ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି।
ଆପଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖିରେ ରଖି ଭିସିରେ ସାମିଲ ହୋଇଛି। ‘ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଆମର ଲକ୍ଷ୍ୟ। ଏହାସହ ‘ନୂଆ ରୋଜଗାର ସୃଷ୍ଟି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। କୋଭିଡ଼ ପରିସ୍ଥିତିରେ ଏହା ଉଚିତ ନୁହେଁ। ଆପଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଆଖି ଆଗରେ ରଖି ମୁଁ ଭିଡ଼ିଓ କନଫେରେନ୍ସ ଜରିଆରେ ଆପଣମାନଙ୍କୁ ଭେଟିବାକୁ ସ୍ଥିର କଲି। କରୋନା ଦୂର ହେବା ପରେ ମୁଁ ତିର୍ତୋଲକୁ ଯିବି, ବିକାଶ କାମ ଦେଖିବି ଓ ଆପଣମାନଙ୍କୁ ଭେଟିବି।
ଜନ କଲ୍ୟାଣ ରାଜ୍ୟର ପରିକଳ୍ପନାରେ ରାଜ୍ୟ ଉଲ୍ଲେଖନୀୟ ଭାବେ ପ୍ରଗତୀ କରିଛି। ଆପଣଙ୍କ ଅକୁଣ୍ଠ ସମର୍ଥନ ବିଜୁ ଜନତାକୁ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇଛି। ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଆମ ଗହଣରେ ନାହାନ୍ତି। ଯାହା ଏକ ଦୁଃଖର କଥା। ତିର୍ତ୍ତୋଲରେ ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ। , ରାଜ୍ୟର ମହିଳାମାନେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଭଲ କାମ କରିଛନ୍ତି। ରାଜ୍ୟ ମହିଳାଙ୍କର ଏହି ବିକାଶର ଧାରା ଆଗକୁ ମଧ୍ୟ ଜାରି ରହିବ। ମୁକାବିଲାରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଓଡିଶାକୁ ପ୍ରଶଂସା କରିଛି।