Odisha Link
Bridging the Missing Links in Odisha

ରାଜଧାନୀରେ ଆଉ ୧୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ପ୍ରାୟ ତିନି ସପ୍ତାହ ହେବ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୧୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୯ କୋଭିଡ୍-୧୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଏମସି ସୂଚନା ଅନୁଯାୟୀ, ୧୧୦ ନୂତନ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୩ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୭୭ ରହିଛି। ଏହି ସଂକ୍ରମଣକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୮୯୨କୁ ବୃଦ୍ଧି ଘଟିଛି। ଏହି ସମୟରେ ୨୧୯ ଜଣ ଆରୋଗ୍ୟ ହୋଇଛନ୍ତି। ରାଜଧାନୀରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୨୬,୮୨୬କୁ ବୃଦ୍ଧି ଘଟିଛି। କରୋନାରେ ୧୬୦ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜଧାନୀ ଭୁବନେଶ୍ଵରରେ ସକ୍ରିୟ କେସ୍ ସଂଖ୍ୟା ୧୮୮୫ ରହିଛି।

Comments are closed.