Odisha Link
Bridging the Missing Links in Odisha

ରାଜଧାନୀରେ କମୁଛି ସଂକ୍ରମଣ, ଖାଲି ପଡିଛି ଶତାଧିକ ଆସିୟୁ ବେଡ୍‌: ବିଏମ୍‌ସି କମିସନର

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱରର ବିଭିନ୍ନ ହସ୍ପି‌ଟାଲ ଗୁଡ଼ିକରେ ୧୦୦ରୁ ଅଧିକ ଆସିୟୁ ବେଡ୍‌ ଖାଲି ରହିଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପାରାଭିର୍‌ ନିଆଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ବିଗତ ୧୦ ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଇଛି। ମାତ୍ର ଭୁବନେଶ୍ୱରରେ ଅଧିକ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଏବେ ହୋମ୍‌ ‌ଆଇସୋଲେସନ୍‌ରେ ୧୫୦୦ ରୁ ୧୬୦୦ ଅର୍ଥାତ୍ ୭୫ ପ୍ରତିଶତ କରୋନା ଆକ୍ରାନ୍ତ ଅଛନ୍ତି।

Comments are closed.