ପ୍ରଚାର ବେଳେ ପ୍ରେମ: ଅସଂଯତ ଅବସ୍ଥାରେ ଧରାପଡ଼ି ଛେଚା ଖାଇଲେ ବିଜେପି ନେତା

ପାଟନା: କରୋନା କାଳରେ ବିହାରରେ ହେଉଛି ବିଧାନସଭା ନିର୍ବାଚନ। ସେଥିପାଇଁ ବିହାରରେ ଚାଲିଛି ଯୋରଦାର ପ୍ରଚାର। ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ମାନେ ଘରୁକୁ ଘର ବୁଲି ବୁଲି ସାଧାରଣ ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଦଳୀୟ କର୍ମୀ ମଧ୍ୟ ଜୋରସୋର ପ୍ରଚାର କରୁଛନ୍ତି। ଏସବୁ ମଧ୍ୟରେ ରାଜ୍ୟର କଟିହାର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିଜେପି ନେତା ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିବା ବେଳେ ଗ୍ରାମବାସୀ ମାନେ ଉଭୟଙ୍କୁ କାବୁ କରିଛନ୍ତି। କେବଳ କାବୁ କରି ନାହାନ୍ତି ଏହାସହ ବିଜେପି ନେତା ଓ ମହିଳାଙ୍କୁ ଗ୍ରାମବାସୀମାନେ ମାଡ ମଧ୍ୟ ମାରିଥିବା ଖବର ପ୍ରକାଶ ପାଇଛି। ଜିଲ୍ଲାର ଆଜମନଗରରେ ଏହି ଘଟଣା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।
ବିହାରରେ ନିର୍ବାଚନ ମାହୋଲ ଥିବାରୁ ରାଜ୍ୟର କୋଣ ଅନୁକୋଣରେ ନିର୍ବାଚନୀ ସଭା ହେଉଛି। ଏଥିସହିତ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ପ୍ରାର୍ଥୀ। ସେହିପରି ଆଜମନଗରରେ ମଧ୍ୟ ବିଭିନ୍ନ ଦଳୀୟ ପ୍ରାର୍ଥୀ ଆସି ନିର୍ବାଚନ ପ୍ରଚାର କରୁଛନ୍ତି। ଏସବୁ ମଧ୍ୟରେ ଗ୍ରାମବାସୀ ଓ ପରିବାର ଲୋକେ ମହିଳାଙ୍କୁ ବିଜେପି ଆଜମନଗର ସଂଖ୍ୟାଲଘୁ ମୋର୍ଚ୍ଚାର ଯୁବ ସଭାପତିଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହା ପରେ ଉଭୟଙ୍କୁ ଧରି ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଥିଲେ। ଏପରିକି ମହିଳାଙ୍କ ସହ ବିଜେପି ନେତା ମହମ୍ମଦ ମିନହାଜଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ।
ଖବର ଲେଖାଯିବା ସୁଦ୍ଧା ଏହି ମାମଲା ପୋଲିସ ପାଖରେ ପହଁଚି ନାହିଁ। ଘଟଣାକୁ ନେଇ ମହିଳାଙ୍କ ଶୂଶୁର କହିଛନ୍ତି ଯେ, ମହମ୍ମଦ ତାଙ୍କ ପୁଅ ନଥିବା ବେଳେ ଅଧିକାଂଶ ସମୟରେ ଘରକୁ ଆସିଥାଏ। ଅନେକ ସମୟରେ ପରିବାର ଲୋକ ଶୋଇବା ପରେ ମହମ୍ମଦ ମହିଳାଙ୍କ ପାଖକୁ ଆସିଥାଏ। ତେବେ ଶୁକ୍ରବାର ରାତିରେ ଗ୍ରାମବାସୀ ମହମ୍ମଦକୁ ଦେଖି ଧରିଥିଲେ। ଏହାସହ ମାଡ ମଧ୍ୟ ମାରିଥିଲେ। ଆହୁରି ମଧ୍ୟ ମହିଳାଙ୍କୁ ମଧ୍ୟ ଗ୍ରାମବାସୀ ନିସ୍ତୁକ ପିଟିଥିଲେ।