ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବ ଉପନିର୍ବାଚନ। ଉପନିର୍ବାଚନର ପ୍ରସ୍ତୁତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ। ସେ କହିଛନ୍ତି ଯେ, ‘ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଖ୍ୟା ବଢାଯାଇଛି। ପୋଲିଂ ବୁଥଗୁଡିକୁ ସାନିଟାଇଜ କରାଯାଉଛି। ସାମାଜିକ ଦୂରତା ରଖି ଭୋଟରମାନେ ଭୋଟ୍ ଦେବେ। ଗୋଟିଏ ବୁଥରେ ହଜାରେ ଭୋଟର ମତସାବ୍ୟସ୍ଥ କରିପାରିବେ। ଆଶା କର୍ମୀ ଓ ସ୍ୱେଚ୍ଛାସେବୀମାନେ ସେଠାରେ ଉପସ୍ଥିତ ରହିବେ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆହୁରି କହିଛନ୍ତି, ଭୋଟ୍ ପାଇଁ ୧୧ଟି ପରିଚୟପତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ଦ୍ବାରା ଭୋଟ ଦେଇ ହେବ। ଆଧାର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଦେଖାଇ ଭୋଟ ଦେଇ ପାରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ।