କରୋନା: ଦେଶରେ ୩୮୩୧୦ ନୂଆ ପଜିଟିଭ୍ ଚିହ୍ନଟ, ୪୯୦ ମୃତ

ନୂଆଦିଲ୍ଲୀ: ଦୀର୍ଘ ସାତ ମାସ ପରେ ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ କମିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ ରେ ପହଞ୍ଚିଛି।
ଠିକ୍ ସେହିପରି ଗୋଟିଏ ଦିନରେ ୪୯୦ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୩ ହଜାର ୦୯୭ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ଜଣ ସକ୍ରିୟ ରୋଗୀ ଥିବାବେଳେ ୭୬ ଲକ୍ଷ ୦୩ ହଜାର ୧୨୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।