Odisha Link
Bridging the Missing Links in Odisha

ଉପନିର୍ବାଚନ: ୯ଟା ସୁଦ୍ଧା ୭.୫୮ ପ୍ରତିଶତ ଭୋଟିଂ

ଭୁବନେଶ୍ୱର: ଆଜି ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି। ସକାଳ ୯ଟା ସୁଦ୍ଧା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ୍ ୭.୫୮ ପ୍ରତିଶତ ମତଦାନ ହୋଇଥିବାର ସୂଚନା ମିଳିଛି।

ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୬.୪%, ରଘୁନାଥପୁର ବ୍ଲକରେ ୬.୩% ଓ ତିର୍ତ୍ତୋଲ ବ୍ଲକରେ ୯.୧୫% ମତଦାନ ହୋଇଛି। ଏଠାରେ ମାତ୍ର ୧୭, ୯୯୮ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଆଜି ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।

ପ୍ରକାଶ ଯେ, କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ୧୯୪୦ ଜଣ ପ୍ରିଜାଇଡିଙ୍ଗ୍‌ ପୋଲିଂ ଅଧିକାରୀ ମତଦାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ପ୍ରକାଶ ରଙ୍ଗରାଜ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍‌ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫର ନିୟୋଜିତ ହୋଇଛନ୍ତି। ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।

Comments are closed.