Odisha Link
Bridging the Missing Links in Odisha

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏଥରର ନିର୍ବାଚନକୁ ପ୍ରଭାବିତ କରିଛି କରୋନା ମହାମାରୀ। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସ ଠାରୁ ଆଗୁଆ ମତଦାନ କରାଯାଇଛି। ଭିଡ଼ରୁ ବର୍ତ୍ତିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି।

ନିର୍ବାଚନ ଦିବସର ଏକ ସପ୍ତାହ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ‘ଆର୍ଲି ଭୋଟିଂ’ କରି ସାରିଛନ୍ତି। ଏମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍‌ ମାଧ୍ୟମରେ ମତଦାନ କରିଛନ୍ତି। ଆସନ୍ତାକାଲି ନିର୍ବାଚନ ଆରମ୍ଭ ଓ ଶେଷ ହେବ । ମତଦାନ ଶେଷ ହେବା ପରେପରେ ଭୋଟ ଗଣତି କରାଯିବ । ସରକାରୀ ଭାବେ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ମତଦାନ ପରଦିନ ସାମ୍ଭାବ୍ୟ ଫଳାଫଳ ଜଣାପଡ଼ିଯିବ। ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ। ସେହିମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ଦେଶର ୫୦ଟି ରାଜ୍ୟ ୨ ଜଣ ଲେଖାଏଁ ପ୍ରତିନିଧି ସିନେଟ(ସଂସଦର ଉଚ୍ଚ ସଦନ)କୁୁ ନିର୍ବାଚିତ କରିଥା’ନ୍ତି ।

ସେହିପରି ଜନସଂଖ୍ୟା ଅନୁସାରେ ବିଭିନ୍ନ ରାଜ୍ୟ ୪୩୫ ଓ ୱାଶିଂଟନ ଡିସିରୁ ୩ଜଣ; ଏହିପରି ମୋଟ ୪୩୮ ଜଣ ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥା’ନ୍ତି। ମୋଟ ୫୩୮ ଜଣ ସାଂସଦ ନିର୍ବାଚିତ ହୋଇଥା’ନ୍ତି। ରାଷ୍ଟ୍ରପତି ଅଥବା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ କୌଣସି ଦଳ ୨୭୦ଟି ଆସନ ପାଇବା ଆବଶ୍ୟକ। ପ୍ରତିନିଧି ସଭାର ୪୩୮ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବାବେଳେ ସିନେଟର ୧୦୦ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥା’ନ୍ତି। ଏହି ନିର୍ବାଚନରେ ଭାରତୀୟ ବଂଶଜ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

Comments are closed.