ମାସ୍କ ଓ ପିପିଇ କିଟ୍ ଦୁର୍ନୀତି: ଲୋକାୟୁକ୍ତରେ ୨ ଆଇଏଏସ୍ ହାଜର

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ। ଦୁର୍ନୀତି ଅଭିଯୋଗ ନେଇ ଲୋକାୟୁକ୍ତଙ୍କ ନିକଟରେ ପୁଣି ହାଜର ହୋଇଛନ୍ତି ୨ ଜଣ ବରିଷ୍ଠ ଆଇଏଏସ ଅଧିକାରୀ। ୨ ଜଣ ବରିଷ୍ଠ ଆଇଏଏସ ଲୋକାୟୁକ୍ତରେ ହାଜର ହୋଇଥିବା ନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂଗ କିଟ୍, ରିଏଲଟାଇମ ପିସିଆର, ରେପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାପ୍ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଗତ ଜୁନ ୧୭ ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ।
ସେପ୍ଟେମ୍ବର ୧୪ରେ ତତ୍କାଳୀନ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀର ଷଡ଼ଙ୍ଗୀ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ।