Odisha Link
Bridging the Missing Links in Odisha

ପାରଦୀପରେ ‘ସାଗର କବଚ’ ସମରାଭ୍ୟାସ ଆରମ୍ଭ

ପାରଦୀପ: ଆଜି ଠାରୁ ପାରଦୀପରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ନାମ ‘ସାଗର କବଚ’ ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି।

ଏହି ମିଳିତ ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସ୍ଏଫ୍, ମେରାଇନ ଥାନା ପୁଲିସ, କଷ୍ଟମ, ବନବିଭାଗ, ମତ୍ସ୍ୟ ବିଭାଗ ଏବଂ ପାରାଦୀପ ବନ୍ଦର ଆଦି ଭାଗ ନେଇଛନ୍ତି।ଏହା ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଲାଲ ବାହିନୀ ଓ ସବୁଜ ବାହିନୀ ଗଠନ କରାଯାଇ ଅନୁପ୍ରବେଶ ଆକ୍ରମଣ ଓ ଏହାକୁ ପ୍ରତିହତ କରିବା କାର୍ଯ୍ୟକ୍ରମ କରାଯାଇଥାଏ।

୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହି ଉପକୂଳ ଦେଇ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ସଜାଗ ରହିବା ଉଦ୍ଦେଶ୍ୟରେ ଏହି ମିଳିତ ସମରାଭ୍ୟାସ କରାଯାଉଛି।

Comments are closed.