Odisha Link
Bridging the Missing Links in Odisha

ପାକିସ୍ତାନର ଜାତିର ପିତା ଜିନ୍ନାଙ୍କ ନାଁରେ ହେବ ସିନେମା

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି। ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି। ହେଲେ ପ୍ରଥମ ଥର ପାଇଁ ବଲିଉଡରେ ପାକିସ୍ତାନର ପିତାଙ୍କୁ ନେଇ ସିନେମା ପ୍ରସ୍ତୁତ ହେବାକୁ ଯାଉଛି। ଏହାର ପ୍ରଯୋଜନା ଭାର ନେଇଛନ୍ତି କୁମାର ତୌରାନୀ ଶୀଲା ରେଡ୍ଡି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପ୍ରଯୋଜକ କୁମାର ତୌରାନୀ ଶିଲା ରେଡ୍ଡିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମିଷ୍ଟର ଆଣ୍ଡ ମିସେସ୍ ଜିନ୍ନା’ ଦି ମ୍ୟାରେଜ ଦାଟ୍ ସୋକ୍ ଇଣ୍ଡିଆର କପି ରାଇଟ୍ସ କିଣିଛନ୍ତି । ଏନେଇ ବି ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ତୌରାନୀ ।

ତୌରାନୀ କହିଛନ୍ତି କି ଏହା ସତ୍ୟ ଯେ ମୁଁ ଏହି ପୁସ୍ତକର କପି ରାଇଟ୍ସ କିଣିଛି । ହେଲେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ କି ଏହାକୁ ନେଇ ସିନେମା କରାଯିବ କି ୱେବ୍ ସିରିଜ । ଏନେଇ ଏକ କ୍ରିଏଟିଭ୍ ଟିମର ଆବଶ୍ୟକତା ରହିଛି । ଯାହା ମଧ୍ୟରେ ଲେଖକ, କ୍ରିଏଟିଭ୍ ନିର୍ଦ୍ଦେଶକଙ୍କର ଆବଶ୍ୟକ ରହିଛି ।

ତୌରାନୀ ଆହୁରି କହିଛନ୍ତି କି ଶୀଲା ରେଡ୍ଡିଙ୍କର ପୁସ୍ତକରେ ଜିନ୍ନାଙ୍କ ରାଜନୈତିକ ଯାତ୍ରା ସହିତ ସ୍ୱତନ୍ତ୍ରତା ସଂଗ୍ରାମରେ ତାଙ୍କର ଭୂମିକା ଲେଖା ଯାଇଛି। ହେଲେ ସିନେମା କରିବାକୁ ହେଲେ ଏହା ମଧ୍ୟରେ କିଛି ରୋଚକ ଦୃଶ୍ୟ ଦେଖାଇବାକୁ ପଡ଼ିବ।

Comments are closed.