Odisha Link
Bridging the Missing Links in Odisha

ଦୀର୍ଘ ଦିନ ପରେ ଆରମ୍ଭ ହେଲା ରୋପଓ୍ବେ ସେବା

ସମ୍ବଲପୁର: ଦୀର୍ଘ ଆଠ ମାସର ବ୍ୟବଧାନ ପରେ ରୋପଓ୍ବେ ସେବା ଆରମ୍ଭ ହୋଇଛି। ସମ୍ବଲପୁର ହୀରାକୁଦ ଠାରେ ଥିବା ରୋପଓ୍ବେ ସେବା ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। କରୋନା କଟକଣା ଯୋଗୁଁ ଦୀର୍ଘ ୭ ମାସ ଧରି ହୀରାକୁଦର ରୋପଓ୍ବେ ସେବା ବନ୍ଦ ରହିଥିଲା।

ଆଜିଠାରୁ ବିଧିବଦ୍ଧ ସୁରକ୍ଷା ସେବା ଗ୍ରହଣ କରି ଏହି ସେବା ଆରମ୍ଭ କରାଯାଇଥିବା ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପର୍ଯ୍ୟଟନସ୍ଥଳ ଗୁଡିକ ପ୍ରତି ଜାରି ହୋଇଥିବା ଏସଓପି ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଏହି ସେବା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ।

Comments are closed.