Odisha Link
Bridging the Missing Links in Odisha

ବିହାର ନିର୍ବାଚନ: କିଛି ସମୟ ପରେ ଏକ୍‌ଜିଟ୍‌ ପୋଲ୍‌

ବିହାର: ଆଜି ସରିଛି ବିହାର ନିର୍ବାଚନ। ଆଉ କିଛି ସମୟ ପରେ ଏକ୍‌ଜିଟ୍‌ ପୋଲ ଘୋଷଣା କରାଯିବ। ଏକ୍‌ଜିଟ୍‌ ପୋଲ୍‌ରେ କାହାର ପଲା ଭାରି ଜାଣିବାକୁ ସମସ୍ତଙ୍କର ଅପେକ୍ଷା ରହିଛି। ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ପକ୍ଷରୁ ପୋଲ୍‌ ସର୍ଭେ ହୋଇଛି। ଜନାଦେଶ କାହା ସପ୪ରେ ଏକ୍‌ଜିଟ୍‌ ପୋଲ୍‌ରୁ ତଥ୍ୟ ମିଳିବ। ନୀତୀଶ କ୍ଷମତା ବଜାୟ ରଖିବେ ବା ବଦଳିବ ଶାସନ ତାକୁ ନେଇ ସମସ୍ତଙ୍କର ଅପେକ୍ଷା। ୨୪୩ ଆସନ ବିଶିଷ୍ଟ ବିଧାନସଭା ରେଜଲ୍ଟ ଉପରେ ସମସ୍ତଙ୍କର ରଜର ରହିଛି। ଆସନ୍ତା ୧୦ରେ ଭୋଟଗଣତି ପରେ ଜଣାପଡ଼ିବ ପ୍ରକୃତ ରେଜଲ୍ଟ।

ପ୍ରକାଶ ଯେ, ବିହାରରେ ଅନ୍ତିମ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ଏଥର ୧୯ଟି ଜିଲ୍ଲାରେ ୭୮ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଉଛି। ଯେଉଁଥିରେ ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ ୨ କୋଟି ୩୫ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ। ତେବେ ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୧୦୯୪ ପୁରୁଷ ଏବଂ ୧୧୦ ମହିଳା ଅଛନ୍ତି।

ଅନ୍ତିମ ପର୍ଯ୍ୟାୟରେ ମୋଟ ଭୋଟରଙ୍କ ମଧ୍ୟରେ କୋଟିଏ ୨୩ ଲକ୍ଷ ମହିଳା ମତଦାତା ଓ ୮୯୪ ତୃତୀୟ ଲିଙ୍ଗୀ ଅଛନ୍ତି। ଗୟାଘାଟ ବିଧାନସଭା ଆସନରେ ସର୍ବାଧିକ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଢାକା, ତ୍ରିବେଣୀଗଞ୍ଜ, ଜୋକିହାଟ ଏବଂ ବାହାଦୁରଗଞ୍ଜ ଆଦି ବିଧାନସଭା ଆସନରେ ମୋଟ ୯ ଜଣ ଲେଖାଏଁ ନିର୍ବାଚନ ଲଢୁଛନ୍ତି। ଏଥର ଆରଜେଡି ସର୍ବାଧିକ ୪୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ଏଲଜେପିରୁ ୪୨, ଜେଡିୟୁ ୩୭ ଓ ବିଜେପିରୁ ୩୫ ପ୍ରାର୍ଥୀ ସାମିଲ ଅଛନ୍ତି।

ବିହାରର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୩୩ ହଜାର ୭୮୨ ଇଭିଏମ୍ ଓ ଭିଭିପାଟ ବ୍ୟବହାର କରାଯାଉଛି। ମୋଟ ୪୫ ହଜାର ୯୫୩ଟି ବ୍ୟାଲେଟ ୟୁନିଟର ବ୍ୟବହାର କରାଯାଉଛି। କ୍ଷେତ୍ର ଅନୁଯାୟୀ ସର୍ବ ବୃହତ ବିଧାନସଭା ଆସନ ହେଉଛି ବାଲ୍ମିକୀନଗର ଓ ଏହାର ସହରସା ହେଉଛି ତୃତୀୟ ପର୍ଯ୍ୟାୟର ସର୍ବ ବୃହତ ବିଧାନସଭା ଆସନ। ଭୋଟରଙ୍କ ଅନୁଯାୟୀ ଗୟାହାଟ ହେଉଛି ସବୁଠାରୁ କ୍ଷୁଦ୍ର ବିଧାନସଭା ଆସନ।

Comments are closed.