Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀ -ଆତଙ୍କବାଦୀ ମୁହାମୁହିଁ: ୩ ଆତଙ୍କୀ ନିହତ, ୪ ଯବାନ ସହୀଦ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ସୀମାନ୍ତରେ ରବିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ। ଜମ୍ମୁ-କାଶ୍ମୀରର କୁପୱାଡା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତୀୟ ସେନାର ୪ ଜଣ ବିଏସଏଫ୍ ଯବାନ ସହୀଦ ହୋଇଛନ୍ତି।

ସୂଚନା ମୁତାବକ ଶନିବାର ରାତିରେ ବିଏସଏଫ୍ ଯବାନମାନେ ସୀମା ନିକଟରେ ପହରା ଦେଉଥିବା ବେଳେ କିଛି ଆତଙ୍କବାଦୀ ଗତିବିଧି ସେମାନଙ୍କ ନଜରକୁ ଆସିଥିଲା। ଏହାପରେ ବିଏସଏଫ୍ ପକ୍ଷରୁ ସେମାନଙ୍କ ଉପରକୁ ଗୁଳି ଚଳନା କରାଯାଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେନା ପକ୍ଷରୁ ରବିବାର ସକାଳ ୧୦.୨୦ ପର୍ଯ୍ୟନ୍ତ ଉପରେ ଗୁଳିଚାଳନା କରାଯାଇଥିଲା ଏଥିରେ ୪ ଜଣ ବିଏସଏଫ୍ ଯବାନ ବି ସହୀଦ ହୋଇଛନ୍ତି।

ସୂଚନା ମୁତାବକ ଉତ୍ତର କାଶ୍ମୀରର ମାଛଲି ସେକ୍ଟର ଠାରେ ପାକିସ୍ତାନୀ ଆତଙ୍କବାଦୀ ମାନେ ବିଭିନ୍ନ ରାସ୍ତାଦେଇ ଭାରତର ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତି ଦେଖି ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ଏହାଦ୍ୱାରା ବିଭିନ୍ନ ସମୟରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଅନୁପ୍ରବେଶକୁ ରୋକାଯିବା ସହିତ ତଲାସି ଅଭିଯାନ ବେଳେ ବହୁ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ୍ କରାଯାଇଛି।

Comments are closed.