Odisha Link
Bridging the Missing Links in Odisha

ଜେଲ ଗଲେ ଅର୍ଣ୍ଣବ

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇ ଦିଆଯାଇଛି। ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଅର୍ଣ୍ଣବଙ୍କୁ ଆଲିବାଗ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା।

ସୂଚନାମୁତାବକ, କଏଦୀମାନଙ୍କ ନିମନ୍ତେ ଅଲିବାଗ୍‌ ମୁନିସ୍‌ପାଲ୍‌ ସ୍କୁଲ୍‌ରେ ତିଆରି କରାଯାଇଥିବା ଏକ ଅସ୍ଥାୟୀ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ସେ ମୋବାଇଲ୍‌ ଫୋନ୍ ବ୍ୟବହାର କରିଥିଲେ। ରାୟଗଡ଼ କ୍ରାଇମ ବ୍ରାଞ୍ଚ୍‌ର ତଦନ୍ତକାରୀ ଅଧିକାରୀ ଜମିଲ୍‌‌ ଶେଖ୍‌ଙ୍କ କହିବା ଅନୁସାରେ, ବିଚାର ବିଭାଗୀୟ ହାଜତରେ ଥାଇ ଗୋସ୍ବାମୀ ଅନ୍ୟ ଜଣଙ୍କ ମୋବାଇଲ୍‌ ଫୋନ୍ ବ୍ୟବହାର କରିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ଗୋସ୍ବାମୀ କେମିତି ମୋବାଇଲ୍‌ ଫୋନ୍ ପାଇଲେ ଏବଂ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ କିଏ ତାଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗାଇ ଦେଲା? ଏହା ଜାଣିବାକୁ ମୁଁ ଅଲିବାଗ୍‌ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଇନ୍‌କ୍ବାରି ରିପୋର୍ଟ ମାଗିଛି।

୨୦୧୮ ମସିହାରେ ଆଲିବାଗର ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ ଆତ୍ମହତ୍ୟା ପାଇଁ ଗତ ବୁଧବାର ଦିନ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। ୱର୍ଲିସ୍ଥିତ ବାସଭବନରୁ ଗୋସ୍ବାମୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

୫୩ ବର୍ଷୀୟ ଅନଭୟଙ୍କ ସୁଇସାଇଡ୍ ନୋଟରେ ଲେଖାଥିଲା, ଅର୍ଣ୍ଣବ ଗୋସ୍ୱାମୀଙ୍କ ନ୍ୟୁଜ ଚ୍ୟାନେଲର ଷ୍ଟୁଡିଓ କାମ ଓ ଅନ୍ୟ ଦୁଇ ମିଡିଆ ହାଉସର ଡିଜାଇନିଂ ବାବଦକୁ ପ୍ରାୟ ୫ଲକ୍ଷ ଟଙ୍କା ବକେୟା ପଡିରହିଛି। ଆର୍ଥିକ ସମସ୍ୟା ଯୋଗୁଁ ଅନଭୟ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଥିଲା।

Comments are closed.