ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟି ନେଲେ ୪୦ ହଜାର ଟଙ୍କା

ବାଲେଶ୍ୱର: ଆଖିରେ ଲଙ୍କା ଗୁଣ୍ଡ ପକାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ୍ ନିକଟରେ ଘଟିଛି।
ଜଣେ ବ୍ୟବସାୟୀ ନିଜର ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଲୁଟେରା ତାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟଙ୍କଠୁ ୪୦ ହଜାର ଟଙ୍କା ସହ ମୋବାଇଲ ଲୁଟିନେଇଛନ୍ତି ଲୁଟେରା ।
ସେପଟେ ଲଙ୍କାଗୁଣ୍ଡ ଆଖିରେ ପଡିବା ପରେ ଯୁବ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସିମୁଳିଆ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତନ୍ତ ଆରମ୍ଭ କରିଛି।
ତେବେ ଏଯାଏଁ ଲୁଟେରା ମାନଙ୍କ କୌଣସି ପତ୍ତା ମିଳିପାରିନାହିଁ । ଅଧିକ ସୂଚନା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା ଜାରି ରଖିଛି ।
Comments are closed.