Odisha Link
Bridging the Missing Links in Odisha

ଓସ୍କାର ଦୌଡ଼ରେ ଫିଲ୍ମ ‘ଦ ଚେକ୍‍ ପୋଷ୍ଟ’

ଭୁବନେଶ୍ୱର: ଓସ୍କାର ଦୌଡ଼ରେ ଓଡ଼ିଶାର ପ୍ରଯୋଜନା ସଂସ୍ଥା ଗୋଲଡେନ ଟ୍ରାଏଙ୍ଗଲ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଦ ଚେକ୍‍ ପୋଷ୍ଟ’। ଇରାନ, ଇଂଲଣ୍ଡ, ଲୁଥାଇନିଆ ଆଦି ରାଷ୍ଟ୍ରର ପ୍ରେକ୍ଷାଳୟରେ ‘ଦ ଚେକ୍‍ ପୋଷ୍ଟ’ ପ୍ରଦର୍ଶିତ ହୋଇ ସିନେ ସମୀକ୍ଷକଙ୍କ ମନ ଜିଣିବା ସହ ଫେଡେରେସନ ଅଫ ଇଣ୍ଡିଆରେ ଚଳଚ୍ଚିତ୍ରଟି ତାଲିକାଭୁକ୍ତ ହୋଇସାରିଛି।

ଏହି ଫେଡେରେସନ ଅଫ ଇଣ୍ଡିଆ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଏକାଡେମୀ ବା ଓସ୍କାରକୁ ପଠାଇଥାଏ। ସେହିକ୍ରମରେ ୯୩ତମ ଏକାଡେମୀ ବା ଓସ୍କାର ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯୋଗ୍ୟତା ଅନୁସାରେ ‘ଦ ଚେକ୍‍ ପୋଷ୍ଟ’ ଚଳଚ୍ଚିତ୍ର ଏଥିରେ ସାମିଲ ହୋଇଛି।

ଚଳଚ୍ଚିତ୍ରରରେ, ଅନାଥ ଝିଅଟେ ଏକ ଫାଟକ ନିକଟରେ ବାଦାମ ବିକୁଥିଲା। ସମୟକ୍ରମେ ଝିଅଟି ପ୍ରତି ଆକର୍ଷିିତ ହୋଇଥିଲେ ଜଣେ ସାମ୍ବାଦିକ। କ୍ରମେ ତାକୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିଥିଲେ। ଦିନ ଉକ୍ତ ସାମ୍ବାଦିକ ତାଙ୍କ ବନ୍ଧୁଙ୍କ ସହିତ ଉକ୍ତ ଝିଅଟିକୁ ଆଣିବାକୁ ଯାଇଥିଲେ ହେଲେ ପୂର୍ବଦିନ ଉକ୍ତ ଝିଅର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଥିଲା। ଏଭଳି ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଦ ଚେକ୍‌ ପୋଷ୍ଟ’।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦେଶକ ହାସନ ନାଜରା। ଶ୍ରୀ ହାସନ ହେଉଛନ୍ତି ବ୍ରିଟିଶ-ଇାରାନୀୟ ନିର୍ଦେଶକ। ଏହି ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଅଧାରିତ ହୋଇଛି। ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କ ‘ତନଖି ଫାଟକ’ ବା ଚେକ୍‍ ଦି ପୋଷ୍ଟ ଉପରେ ଆଧାରିତ। କରୋନା ପରେ ପ୍ରେକ୍ଷାଳୟ ଖୋଲିବା ପରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।

Comments are closed.