Odisha Link
Bridging the Missing Links in Odisha

ଆଜି ମୁକ୍ତିଲାଭ କରୁଛି ଫିଲ୍ମ ‘ଲକ୍ଷ୍ମୀ’

ମୁମ୍ବାଇ: ଆଜି ମୁକ୍ତିଲାଭ କରୁଛି ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘ଲକ୍ଷ୍ମୀ’। ଫିଲ୍ମ ‘ଲକ୍ଷ୍ମୀ’ ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ନଜର ଆସିବେ ଅକ୍ଷୟ କୁମାର।ଫିଲ୍ମରେ ଅକ୍ଷୟ କୁମାର ଲିଡ ରୋଲରେ ଥିବା ବେଳେ କିୟାରା ଆଡଭାନୀ ଫିମେସ ଲିଡରେ ନଜର ଆସିବେ। ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି ନ ଥିବାରୁ ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ମୁକ୍ତିଲାଭ କରୁଛି। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍‌ପେନ୍ସ। ଆଜି ସନ୍ଧ୍ୟା ୭ଟା ୫ ପରେ ଏହାକୁ ଦର୍ଶକ ଡିଜିନି ପ୍ଲସ୍‌ ହଟ୍‌ ଷ୍ଟାର୍‌ ରେ ଦେଖିପାରିବେ।

‘ଲକ୍ଷ୍ମୀ ବମ୍‌’ର ନାମ ପରିବର୍ତ୍ତନ କରି ‘ଲକ୍ଷ୍ମୀ’ ରଖିବା ପରଠାରୁ ଲଗାତାର ଚର୍ଚ୍ଚାରେ ରହିଆସିଛି ଏହି ଫିଲ୍ମ। ଅକ୍ଷୟ କୁମାର ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ କୁମାର ଲାଗିପଡ଼ିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ର ଏକ ଫିଲ୍‌ଟର ଲଞ୍ଚ କରିଛନ୍ତି। ଏହି ଫିଲ୍‌ଟର୍ ଦ୍ବାରା ଆପଣ ଆପଣଙ୍କ ଫଟୋରେ ଏକ ବଡ଼ ଲାଲ୍‌ ବିନ୍ଦି ଲଗାଇପାରିବେ। ଅକ୍ଷୟ କୁମାର ନିଜର ହିଁ ଏକ ଫଟୋରେ ବଡ଼ ଲାଲ୍‌ ବିନ୍ଦିଟିଏ ଲଗାଇ ଏହି ଫିଲ୍‌ଟ୍‌ର୍‌ ବିଷୟରେ ଘୋଷଣା କରିଛନ୍ତି।

ଅକ୍ଷୟ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ କଳାଧଳା ଫଟୋରେ ବଡ଼ ଲାଲ୍‌ ବିନ୍ଦିଟିଏ ମଥାରେ ଲଗାଇ ଫଟୋ ସେୟାର କରିବା ସହ ଏଥିରେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ମୁଁ ତ’ ଲଗେଇସାରିଛି ପ୍ରେମ ଓ ସମାନତାର ଲାଲ୍‌ ବିନ୍ଦି। ତୃତୀୟ ଲିଙ୍ଗର ବ୍ୟକ୍ତିମାନଙ୍କ ପାଇଁ ପ୍ରେମ ଓ ସମାନତାର ପ୍ରତୀକ ସ୍ବରୂପ। ଏବେ ଆପଣମାନଙ୍କ ପାଳି। ଫିଲ୍‌ଟର୍‌ ବ୍ୟବହାର କରି ନିଜ ମଥାରେ ବି ଏହି ସମାନତାର ବିନ୍ଦି ଲଗାନ୍ତୁ।

Comments are closed.