Odisha Link
Bridging the Missing Links in Odisha

ବାଣ ଗୋଦାମରେ ଚଢାଉ: ଲକ୍ଷାଧିକ ଟଙ୍କାର ବାଣ ଜବତ

କଟକ: ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ କରିଛି ଜଗତପୁର ପୋଲିସ। ବେଆଇନ ବାଣ ତିଆରି କରିବା ଓ ଗଚ୍ଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା ପୋଲିସ ଏହି ଚଢାଉ କରିଛି।

ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ସମେତ ବାଣ ତିଆରି ସରଞ୍ଜାମ ଜବତ କରିଛି। ବେଆଇନ ଭାବେ ବାଣ ତିଆରି କରିବା ଓ ରଖିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ।

ଚଳିତ ବର୍ଷ ମହାମାରି କରୋନା ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମୁ ଉଲଂଘନ କରି ଏଠାରେ ବେଆଇନ୍ ବାଣ କାରବାର ହେଉଥିବା ଜଣାପଡିଛି।

Comments are closed.